ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚିତ୍ତରଞ୍ଜନ ରାଉତ । ଶ୍ରମ କାର୍ଡ କରାଇଦେବା ପାଇଁ ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଏହା ପରେ ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଶ୍ରମ ଅଧିକାରୀଙ୍କ ଭଡା ଘର ସମେତ କାର୍ଯ୍ୟାଳୟରେ ଚଢାଉ କରିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ବିରୁଡା ଗ୍ରାମର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କୁ ଗୋଟିଏ ଶ୍ରମ କାର୍ଡ ପିଛା ୩୦୦ ଟଙ୍କା ଲେଖାଏ ଲାଞ୍ଚ ମାଗିଥିଲେ। ଏହିପରି ୨୨ଟି ଶ୍ରମ କାର୍ଡ କରିବା ପାଇଁ ସେ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ସେ ଆଜି ୨୧ଟି କାର୍ଡ କରାଇଦେବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ନୟାଗଡ଼ ଭିଜିଲାନ୍ସ ଟିମ୍।

Leave a Reply

Your email address will not be published. Required fields are marked *