ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୧୦ ଜିଲ୍ଲା ଛାଡ଼ି ଅନ୍ୟ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି । ୧୦ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ାରେ ମାଓବାଦୀଙ୍କ କାର୍ଯ୍ୟକଳାପ ରହିଥିବା ବେଳେ ନବରଙ୍ଗପୁର, ବଲାଙ୍ଗିର, ବରଗଡ଼ରେ ପରିସ୍ଥିତି ଆହ୍ୱାନାତ୍ମକ ରହିଛି ।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସାଧାରଣ ଲୋକଙ୍କ ନିମନ୍ତେ କେତେକ ଆର୍ଥିକ ଓ କଲ୍ୟାଣମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଯୋଗୁ ଓଡ଼ିଶାରେ ମାଓବାଦୀ ହିଂସା ତଥା କାର୍ଯ୍ୟକଳାପ କମିଛି।

Leave a Reply

Your email address will not be published. Required fields are marked *