ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ଆଗାମୀ ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ରୋକିବା ପାଇଁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଦ୍ୱାରା ଜାରି ହ୍ୱିପ୍ କଡ଼ାକଡ଼ି ପାଳନ କରିବାକୁ ନବୀନ ପଟ୍ଟନାୟକ ସମସ୍ତ ବିଜେଡି ବିଧାୟକଙ୍କୁ ଚିଠି ଲେଖିଛନ୍ତି ।

ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଦଳୀୟ ବିଧାୟକଙ୍କୁ ଶୁକ୍ରବାର ଏବଂ ଶନିବାର ସନ୍ଧ୍ୟା ୫:୩୦ ରୁ ୭:୩୦ ପର୍ଯ୍ୟନ୍ତ ନବୀନ ନିବାସରେ ଏକ ତାଲିମ ଅଧିବେଶନରେ ଯୋଗଦେବାକୁ ପଡିବ। ଏହା ସହିତ, ରବିବାର ଦିନ ବିଜେଡି ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକଙ୍କ ଯୋଗଦାନକୁ ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟସଭା ନିର୍ବାଚନ ସମୟରେ ସମ୍ଭାବ୍ୟ କ୍ରସ୍ ଭୋଟିଂ ନେଇ ଦଳ ଭିତରେ ଚିନ୍ତା ମଧ୍ୟରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଏପରି ପରିସ୍ଥିତିକୁ ରୋକିବା ଏବଂ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ, ସମସ୍ତ ବିଧାୟକଙ୍କୁ ଏକଜୁଟ୍ ରଖିବା ପାଇଁ ବିଜେଡି ନେତୃତ୍ୱ ଏହି ରଣନୀତି ଗ୍ରହଣ କରିଛି।

ସେହିପରି ବିଜେଡି ପକ୍ଷରୁ ହ୍ବିପ୍ ଜାରି କରାଗଲା ପରେ କଂଗ୍ରେସ ପକ୍ଷରୁ ମଧ୍ୟ ତିନି ଧାଡ଼ିଆ ହ୍ବିପ୍ ଜାରି କରାଯାଇଛି। ୧୩ ତାରିଖରୁ ୧୬ ତାରିଖ ମଧ୍ୟରେ କୌଣସି ବିଧାୟକ ମୁଖ୍ୟାଳୟ ଛାଡ଼ି ନଯିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *