Mahanadi Water Dispute: BJD Supremo Slams BJP-Led Odisha Govt

ସହିଦ ନଗର ଗଣଦୁଷ୍କର୍ମ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ । ଏନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ନବୀନ ଲେଖିଛନ୍ତି ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର, ପୁଣି କଳଙ୍କ ମୁଣ୍ଡାଇଛି ଓଡ଼ିଶା। କେବେ ଆଉ ଚେତିବ ବିଜେପି ସରକାର?

ଦିନଦ୍ଵିପହରେ ପୁଣି ଜଣେ ନାବାଳିକା ଭୁବନେଶ୍ୱରରେ ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ। କୁଆଡ଼େ ଯାଇଛି ଆଇନଶୃଙ୍ଖଳା? ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ?

ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି। ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କଲେଣି। ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି।

ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

Leave a Reply

Your email address will not be published. Required fields are marked *