Naveen Patnaik discharged from Hospital
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଆଜି ଡିସ୍‌ଚାର୍ଜ ହୋଇଛନ୍ତି । ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର ପାଇଁ ସେ ଏହି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ
 
ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏକ ସପ୍ତାହ ମୁମ୍ବାଇରେ ରହିବା ପରେ ଭୁବନେଶ୍ୱର ଫେରିବେ । ସେଠାରେ ତାଙ୍କର ନିୟମିତ ଫିଜିଓ ଥେରାପି ଚାଲିବ । ଡିସଚାର୍ଜ ପରେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି ପୂର୍ବରୁ ଡାକ୍ତର ରମାକାନ୍ତ ପଣ୍ଡା କହିଥିଲେ ।
 
କହିରଖୁଛୁ ଯେ, ଗତ ଜୁନ ୨୨ ତାରିଖରେ ମୁମ୍ୱାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ଅସ୍ତ୍ରୋପ୍ରଚାର ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *