ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପି ର ପୂର୍ବତନ ସଭାପତି ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଡ଼କ୍ଟର ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ଵପୂର୍ଣ୍ଣ ବିଭାଗ ଦାୟିତ୍ୱ ରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତା ର ମଧ୍ୟ ପରିଚୟ ଦେଇ ଯାଇଛନ୍ତି ।

ଡ଼କ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତା ଙ୍କୁ ହରାଇଲା ବୋଲି ନବୀନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *