ଦାଉ ସାଧିଛି ଅଦିନିଆ ବର୍ଷାର ପରବର୍ତ୍ତୀ ସ୍ଥିତି।  ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣା ପଡିଛି। ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏହି ସମୟରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଫସଲହାନି ନେଇ ୪ ଜିଲ୍ଲା ବୁଲିବେ । ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ । ଚାଷ ଜମି ବୁଲି ଦେଖିବେ ଓ ଫସଲ କ୍ଷୟ କ୍ଷତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ନବୀନ।

ନିର୍ବାଚନ ପରାଜୟ ପରେ ନବୀନଙ୍କର ଏହା ପ୍ରଥମ ଜିଲ୍ଲା ଗସ୍ତ ।ଏହି ଗସ୍ତ ଅବସରରେ ନବୀନ ପଟ୍ଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବେ। ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ। କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବା ସହ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ ।

ଅନ୍ୟପଟେ ଏହି ଗ୍ରସ୍ତ ପୂର୍ବରୁ ଅର୍ଥାତ୍ ଆସନ୍ତା ଡିସେମ୍ବର ୩୦ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଯିବେ । ଗଞ୍ଜାମ ଜିଲ୍ଲା ର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ନବୀନ ବୁଲି ଦେଖିବା ସହ ଚାଷ ଜମିକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *