ଚଳିତ ବର୍ଷ ନିଟ୍‌-୨୦୨୪ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜ ରେ ଡାକ୍ତରୀ ପାଠ୍ୟକ୍ରମ ରେ ନାମ ଲେଖାଇଥିବା ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ଆଜି ସନ୍ଧ୍ୟା ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ମଙ୍ଗଳା ଙ୍କ ସଫଳତା ରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଏବଂ ଏକ ମୋଵାଇଲ ଫୋନ୍ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବର୍ଦ୍ଧନା ର ଉତ୍ତର ରେ ମଙ୍ଗଳା କହିଥିଲେ ଯେ ପୂର୍ବ ସରକାର ସମୟରେ ସରକାରୀ ସ୍କୁଲ ପିଲା ଙ୍କ ପାଇଁ ହୋଇଥିବା ୧୫ ପ୍ରତିଶତ reservation ଯୋଗୁଁ ତାଙ୍କ ର ଡାକ୍ତର ହେବା ସ୍ବପ୍ନ ସାକାର ହୋଇଛି । ସେଥିପାଇଁ ସେ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *