ଭୁବନେଶ୍ୱରରେ ଆରମ୍ଭ ହେଲା ୨ ଦିନିଆ ଜାତୀୟ ସୁଶାସନ ସମ୍ମିଳନୀ। ଲୋକସେବା ଭବନରେ ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଏହି ସମ୍ମିଳନୀ ସାରା ଦେଶରୁ ୪ ଶହରୁ ଅଧିକ ପଦାଧିକାରୀ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ଏଥିରେ ପାଞ୍ଚଟି ଅଧିବେଶନ ରହିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପ୍ରଶାସନିକ ସଂସ୍କାରଠୁ ପେପରଲେସ୍‌ ବଜେଟ୍‌ ସବୁଥିରେ ଆଗୁଆ । ଭାରତର ଏହି ଯାତ୍ରାରେ ଅଗ୍ରଣୀ ଭୂମିକା ନେଇଥିବାରୁ ଓଡ଼ିଶା ଗର୍ବିତ । ଓଡ଼ିଶା ଗର୍ବର ସହିତ କେବଳ ଏକ ଆୟୋଜକ ଭାବରେ ନୁହେଁ ବରଂ ପ୍ରତିକ୍ରିୟାଶୀଳ ଏବଂ ସ୍ୱଚ୍ଛ ଶାସନ ଦିଗରେ ଭାରତର ଯାତ୍ରାରେ ଏକ ସକ୍ରିୟ ଅଂଶୀଦାର ଭାବରେ ଯୋଗଦାନ କରିବ । ଏହି ସମ୍ମିଳନୀ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଭାରତୀୟ ଶାସନର ଭବିଷ୍ୟତକୁ ଗଢ଼ି ତୋଳିବାର ଏକ ସୁଯୋଗ ।

Leave a Reply

Your email address will not be published. Required fields are marked *