Nation honours martyrs on the 24th anniversary of Parliament attack
 
୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆଜି ଏହି ଘଟଣାକୁ ୨୪ ବର୍ଷ ପୂରୁଛି ।
 
ଏହି ଦିନଟି ଭାରତ ଇତିହାସର ଏକ କଳା ଦିବସ ଭାବେ ଭାରତବାସୀ ମନରେ ରହି ଆସିଛି । ୪୫ ମିନିଟ ମଧ୍ୟରେ ୫ ଜଣ ଆତଙ୍କବାଦୀ ଲୋକତନ୍ତ୍ରର ସବୁଠାରୁ ବଡ ମନ୍ଦିର ଅର୍ଥାତ ସଂସଦ ଭବନ ଉପରକୁ କରିଥିଲେ ଗୁଳିମାଡ ।
 
ଏହି ଅବସରରେ ସଂସଦ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ବହୁ ନେତା ଓ ମନ୍ତ୍ରୀ ।
 
ଏହି ଆକ୍ରମଣରେ ୯ ବୀର ସୁପୁତ୍ରଙ୍କୁ ହରାଇଥିଲା ଦେଶ । ଯିଏକି ନିଜ ଜୀବନକୁ ପାଣି ଝଡାଇ ଆତଙ୍କୀଙ୍କ ସାମ୍ନା କରିଥିଲେ ।
 
ଏହି ଅବସରରେ ଯେଉଁମାନେ ଆମ ସଂସଦର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ତାଙ୍କର ବଳିଦାନକୁ କେବେ ଭୁଲିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *