ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଏବଂ ଅପରାଧୀଙ୍କୁ ଗିରଫ ନ କରିବା ଆଦି ବିଷୟକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ନାରୀ ନ୍ୟାୟ ବାହିନୀ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ନାରୀ ନ୍ୟାୟ ବାହିନୀର ଆବାହିକା ପ୍ରଫେସର ଡ଼ ଗାୟତ୍ରୀ ବିଶ୍ଵାଳ କହିଛନ୍ତି ଯେ ରାଜ୍ୟରେ ନାରୀ ନିର୍ଯାତନା ଚରମ ସୀମା ଅତିକ୍ରମ କଲାଣି । ଏଥିପାଇଁ ଆମ ମଥା ଲଜ୍ୟାରେ ନଇଁ ଗଲାଣି ତଥାପି ସରକାର ଜାଗ୍ରତ ନ ହେବା ଆଶ୍ଚର୍ଯ୍ୟ କରୁଛି । ବର୍ତ୍ତମାନ ରାଜ୍ୟରେ ମହିଳା ସମ୍ପୂର୍ଣ ଅସୁରକ୍ଷିତ, ଅନେକ ଘଟଣା ଲୋକ ଲୋଚନକୁ ଆସୁନି, ଯାହା ଆସୁଛି ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି । ୪୪ ହଜାର ମହିଳା ଓ ଝିଅ ନିଖୋଜ ଅଛନ୍ତି ତାଙ୍କ ପତ୍ତା ମିଳୁନି । ଅପରାଧୀ ଖସି ଯାଉଛନ୍ତି ତେଣୁ ପୁଣି ଅପରାଧ କରିବାକୁ ସାହସ ମିଳୁଛି । ବାଲେଶ୍ୱର ଘଟଣାର ୨୬ ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରକୃତ ଅପରାଧୀ କିଏ ଏ ପର୍ଯ୍ୟନ୍ତ ରହସ୍ୟ ଘେରରେ । ବଳଙ୍ଗା ପୀଡିତା ଚାରିଥର ବୟାନ ଦେଇ ତିନି ଜଣ ଦୁର୍ବୃତ୍ତ ବାଇକରେ ଟେକିନେଇ କିରୋସିନ ଢ଼ାଳି ପୋଡ଼ିଥିଲେ ବୋଲି କହିଥିଲେ । ତେବେ ପୀଡ଼ିତାଙ୍କ ଦେହାନ୍ତ ପରେ ପୁଲିସ ଉକ୍ତ ଘଟଣାରେ କିଏ ସମ୍ପୃକ୍ତ ନ ଥିବା ପ୍ରକାଶ କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ଘଟଣା ଘଟିଥିବା ଅଞ୍ଚଳ ନିମାପଡା ହେଉଛି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡାଙ୍କ ଯିଏ କି ହେଉଛନ୍ତି ସେଠାର ବିଧାୟିକା । ପରିଡା ଉପମୁଖ୍ୟମନ୍ତ୍ରୀ, ପୁଣି ସେ ନିଜେ ଜଣେ ମହିଳା, ଅତି ଲଜ୍ୟାର ବିଷୟ ଏହି କି ଯେ ତଥାପି ବଳଙ୍ଗା ଅପରାଧୀ ମୁକ୍ତ ଆକାଶ ତଳେ ବୁଲୁଛି । ଶ୍ରମ ବିଭାଗ ତରଫରୁ କର୍ମଜୀବୀ ମହିଳାଙ୍କ ରାତ୍ର କାଳୀନ କାର୍ଯ୍ୟ କରିବାକୁ ନେଇ ଏକ ନିର୍ଦେଶାବଳୀ ଜାରୀ କରିଛି ଯାହାର ଗ୍ରହଣନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଦିନରେ ନାରୀଙ୍କୁ ସୁରକ୍ଷା ଦେବାରେ ଅକ୍ଷମ ସେ ପୁଣି ରାତିରେ କଣ ସୁରକ୍ଷା ଦେବ ବୋଲି ଶ୍ରୀମତୀ ବିଶ୍ୱାଳ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି । ନାରୀ ନ୍ୟାୟ ବାହିନୀ ଗ୍ରାମକୁ ଗ୍ରାମ ଯାଇ ମହିଳାଙ୍କୁ ସଚେତନ କରିବା ସହ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସହାୟତା ପ୍ରଦାନ କରିବା ଏବଂ ଅତ୍ୟାଚାରର ଶିକାର ହେଉଥିବା ମହିଳାଙ୍କ ନ୍ୟାୟ ପାଇଁ ଲଢେଇ କରିବା ହେଉଛି ନାରୀ ନ୍ୟାୟ ବାହିନୀର ଲକ୍ଷ ବୋଲି ଶ୍ରୀ ବିଶ୍ଵାଳ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ସେହିପରି ଆଜି ଏକ + ୩ ଶେଷ ବର୍ଷ ନିଜ ଦେହରେ କିରୋସିନି ଢ଼ାଳି ପୋଡ଼ି ହୋଇ ମୃତ୍ୟୁ ବରଣ କରିଛି । ଯାହାକି ଓଡ଼ିଶା ପାଇଁ ପୁଣି ଲଜ୍ଜ୍ୟା । ପୋଲିସର ନିଷ୍କ୍ରିୟତା ପାଇଁ ଏଭଳି ଘଟଣା ଘଟୁଛି ବୋଲି ଶ୍ରୀମତୀ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାରୀ ନ୍ୟାୟ ବାହିନୀର କୋର୍ କମିଟି ସଦସ୍ୟା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସୃଷ୍ଟି ସୋମେନ୍, ଶେଫାଳୀ ଶର୍ମା, ରଞ୍ଜୁକ୍ତା ବେହେରା, ସସ୍ମିତା ଘୋଷାଲ।, ଜ୍ୟୋତ୍ସ୍ନା ବେହେରା ଓ ମଧୁମିତା ଦାସ ଉପସ୍ଥିତ ଥିଲେ। Post navigation ବାଣିଜ୍ୟିକ ପ୍ରତିଷ୍ଠାନର ସାଇନ୍ବୋର୍ଡରେ ଓଡ଼ିଆ ଲେଖା ହେବ ବାଧ୍ୟତାମୂଳକ ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ