୨୨ତମ ଭାରତ-ରୁଷିଆ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ରୁଷ ଗସ୍ତରେ ଯାଉଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ମୋଦୀଙ୍କ ପ୍ରଥମ ରୁଷ ଗସ୍ତ ହେବ । ମସ୍କୋରେ ଜୁଲାଇ ୮ ଏବଂ ୯ରେ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏକ ବ୍ୟକ୍ତିଗତ ବୈଠକ ହେବ। ଏହା ସହିତ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ। ତାପରେ ମୋଦିଙ୍କ ସହ ରୁଷିଆ ରାଷ୍ଟ୍ରପତି ପୁଟିନ ରାତ୍ରିଭୋଜନ କରିବେ ବୋଲି ସୂଚନା ମିଳିଛି । ଖବର ଅନୁସାରେ, ଭାରତ ଏବଂ ରୁଷର ୨୨ତମ ସମ୍ମିଳନୀରେ ଯୋଗଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲେଚନା କରିବେ । ଶିକ୍ଷା, ସଂସ୍କୃତି, ଶକ୍ତି, ନିବେଶ, ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ । ପରେ ମୋଦିଙ୍କ ସହ ରୁଷ ରାଷ୍ଟ୍ରପତି ପୁଟିନ ରାତ୍ରୀଭୋଜନରେ ସାମିଲ ହେବେ । ଦ୍ୱିପାକ୍ଷିକ କଥାବାର୍ତ୍ତାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ରୁଷିଆରେ ଥିବା ଭାରତର ରାଷ୍ଟ୍ରଦୂତ ବିନୟ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏକ ବ୍ୟକ୍ତିଗତ ବୈଠକ ହେବ। ଏହା ସହିତ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ। ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧୀଙ୍କ ପାଇଁ ଲଞ୍ଚ୍ ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଏକ ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିବେ। Post navigation ଜନ୍ମ ବେଦୀ ଅଭିମୁଖେ ଆଗେଇ ଚାଲିଛନ୍ତି ତିନି ଠାକୁର ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା