(FILES) In this file photo taken on May 23, 2019, Indian Prime Minister Narendra Modi (L) and President of the ruling Bharatiya Janata Party (BJP) Amit Shah gesture as they celebrate the victory in India's general elections, in New Delhi. - As the battle-hardened drill sergeant for Prime Minister Narendra Modi, Amit Shah has long been considered India's second most-powerful person and his appointment on May 31 as home minister elevates his position to leader-in-waiting. While Modi is the right-wing Bharatiya Janata Party's people person firing up rallies and mastering Twitter, the BJP president has for years made sure that Modi's orders are carried out to the letter while turning the world's biggest political party into the undisputed force across the nation of 1.3 billion people. (Photo by Money SHARMA / AFP)MONEY SHARMA/AFP/Getty Images

ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ଡିଜି ସମ୍ମିଳନୀ । ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ରହଣି କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି ଖୁବଶୀଘ୍ର ଏନେଇ ସରକାରୀ ସ୍ତରରେ ଘୋଷଣା କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇ ପାରନ୍ତି । ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ତିନି ଧରି ହେବାକୁ ଥିବା ଡିଜି ଓ ଆଇଜି ସମ୍ମିଳନୀରେ ସବୁ ରାଜ୍ୟ ପୋଲିସ ଡିଜି, ବିଏସଏଫଡିଜି, ସିଆରପିଏଫ୍ ଡିଜି, ଏନଆଇଏ ମୁଖ୍ୟ, ରଅ ମୁଖ୍ୟ, ଆବି, ଏନଏସଜି, ଏସପିଜି ମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସମସ୍ତ ରାଜ୍ୟର ଆଇଜିମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହେବେ ।

Leave a Reply

Your email address will not be published. Required fields are marked *