ରାଜ୍ୟକୁ ମାଡିଆସୁଛି ବାତ୍ୟା ‘ଦାନା’ । ସମ୍ଭାବ୍ୟ ବାତ୍ୟା ପାଇଁ କଡା ସୁରକ୍ଷା ବଳୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ତେଣୁ ଦୁଇଦିନ ଅର୍ଥାତ୍ ୨୪ ଓ ୨୫ ତାରିଖ ବନ୍ଦ ରହିବ ନନ୍ଦନକାନନ ।

ଅନ୍ୟପଟେ ନନ୍ଦନକାନନର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସରଞ୍ଜାମ ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ବାତ୍ୟା ଆସିବା ମାତ୍ରେ ସମସ୍ତ କର୍ମଚାରୀ ନିଜ ବିଭାଗରେ ଉପସ୍ଥିତ ରହିବେ । ଯଥାସମ୍ଭବ ଉପୁଜିଥିବା ସମସ୍ୟାର ତତ୍କାଳ ସମାଧନ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜୀବଜନ୍ତୁମାନଙ୍କର ଆହତ କିମ୍ବା ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଲେ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କ ସହିତ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଚିକିତ୍ସା ଉପକରଣ ସହିତ ଚିକିତ୍ସକ ଦଳକୁ ସଜାଗ ରଖାଯାଇଛି । କୌଣସି ସ୍ଥାନରେ ଗଛ ଓ ଡାଳ ପଡ଼ିଲେ, ତା’କୁ ତୁରନ୍ତ କାଟି ହଟାଇବା ପାଇଁ ଗଛକଟା ମେସିନ୍ ଓ ରଶି ସହ କର୍ମଚାରୀ ଦଳ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଆସନ୍ନ ବାତ୍ୟାକୁ ଦେଖି ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଭିତରକନିକାକୁ ତିନି ଦିନ ଅର୍ଥାତ୍ ଅକ୍ଟୋବର ୨୩, ୨୪ ଓ ୨୫ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ସେହିପରି ଯେଉଁ ପର୍ଯ୍ୟଟକମାନେ ଏବେ ଭିତରକନିକା ଇକୋରିଟ୍ରିଟରେ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡିଯିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *