ଦୁଇ ଭାଗ ହୋଇଗଲା ନନ୍ଦନକାନନ ଏକ୍ସପ୍ରେସ୍‌ ଟ୍ରେନ୍‌ । ଉତ୍ତରପ୍ରଦେଶ ଚାନ୍ଦୌଳି ଡିଡିୟୁ ଜଙ୍କସନ ନିକଟରେ ଦୁଇ ଭାଗ ହୋଇଛି ଟ୍ରେନ୍‌। କପଲର ଭାଙ୍ଗିବାରୁ ଟ୍ରେନ୍‌ ଅଲଗା ହୋଇଯାଇଥିବା ସୂଚନା । ୩ ଘଣ୍ଟା ଧରି ଟ୍ରେନ୍ ଅଟକି ଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ସୂଚନା ମିଳିଛି।

ସୂଚନା ଯୋଗ୍ୟ, ଦିଲ୍ଲୀ ଆନନ୍ଦବିହାରରୁ ପୁରୀ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ୍‌ ଟ୍ରେନ୍‌। ଉତ୍ତରପ୍ରଦେଶ ଚାନ୍ଦୌଳି ଡିଡିୟୁ ଜଙ୍କସନ ନିକଟରେ ସ୍ଲିପର୍ ଏସ-୪ର କପ୍‌ଲିଂ ଛିଣ୍ଡି ପଡ଼ିବାରୁ ଅଟକି ରହିଲେ ଯାତ୍ରୀ। ଏଥିପାଇଁ ଅନ୍ୟ ଟ୍ରେନ ଗୁଡ଼ିକକୁ ବି ଅଟକ ରଖାଯାଇଥିଲା । ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *