ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏମ୍ଭିଆଇ ବିଜୟ ବେହୁରିଆ । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ । ଗାଡ଼ିର ଯାଞ୍ଚ ବେଳେ ଗାଡିରୁ ମିଳିଲା ନଗଦ ୧ ଲକ୍ଷ ୩୨ ହଜାର ଟଙ୍କା । ଗାଡିରୁ ମିଳିଥିବା ନଗଦ ଟଙ୍କା ସଂପର୍କରେ ଭିଜିଲାନ୍ସ ବିଜୟ ବେହୁରିଆଙ୍କୁ ପ୍ରଶ୍ନ ପଚାରିଥିଲେ କିନ୍ତୁ ସେ କୌଣସି ତଥ୍ଯ ଦେଇପାରିନଥିଲେ । ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରିଛି ଭିଜିଲାନ୍ସ । ଏହାପରେ ତାଙ୍କଠାରୁ ମିଳିଥିବା ଟଙ୍କା ଏବଂ କାରକୁ ଜବତ କରିବା ସହ ଏମ୍ଭିଆଇ ବିଜୟ ବେହୁରିଆଙ୍କୁ ଅଟକ ରଖିଛି ଭିଜିଲାନ୍ସ । ଅନ୍ୟପଟେ ଟଙ୍କା ଧରାପଡ଼ିବା ପରେ ଏମ୍ଭିଆଇଙ୍କ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । Post navigation ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍ ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ