ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଜଗତ ମଲିକ । ସ୍କୁଟିରେ ଯାଉଥିବା ବେଳେ ଜଗତଙ୍କୁ ହାଣି ହତ୍ୟା କରାଯାଇଛି। ହତ୍ୟା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏ ନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି ।

ପ୍ରକାଶ ଯେ, ଜଗତଙ୍କ ଝିଆରୀଙ୍କ ସହ ଉକ୍ତ ସାହିର ଜଣେ ନାବାଳକର ପ୍ରେମ ସମ୍ପର୍କ ଥିଲା। ଏହି ଘଟଣାକୁ ଯୁବତୀଙ୍କ ଦାଦା ଜଗତ ବିରୋଧ କରୁଥିଲେ। ଏପରିକି ତାଙ୍କ ଝିଆରୀଙ୍କଠାରୁ ଦୂରେଇ ରହିବାକୁ ନାବାଳକକୁ କହିଥିଲେ ।

By Nirvay

Leave a Reply

Your email address will not be published. Required fields are marked *