ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ସହ ତାଙ୍କ ଗୁପ୍ତାଙ୍ଗକୁ କ୍ଷତାକ୍ତ କରି ଗର୍ଭାଶୟ ଓ ଅନ୍ତନଳୀ ବାହାର କରିଦେଇଥିବା ଘଟଣାରେ ପୋଲିସ ଉଠେଇଛି। ଏହି ଅମାନନୀୟ ଘଟଣାର ଅଜୁ ନାଏକ (୨୦) କୁ ପୁଲିସ ଗିରଫ କରିଛି । ପ୍ରଥମେ ଏହାକୁ ଗଣଦୁଷ୍କର୍ମ ଭାବେ ଅନୁମାନ କରାଯାଉଥିବା ବେଳେ ଅଭିଯୁକ୍ତ ଜଣକ ଏକା ଏହି କାଣ୍ଡ ଘଟାଇଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତ ଜଣକ ମୁଣ୍ଡକୁ ପଥରରେ ଛେଚିବା ପରେ ଶାଢ଼ିରେ ବେକକୁ ଚିପିଥିଲା । ଏହା ପରେ ପେଟ ଉପରେ ବାରମ୍ବାର କୁଦିଥିଲା ।

ସୂଚନା ଅନୁଯାୟୀ, ନନ୍ଦିନୀପାଲି ଗ୍ରାମର ଅଜୁ ନାୟକ ଓ ତାଙ୍କ ପତ୍ନୀ ମୃତ ରମ୍ଭା ନାୟକ ନିଜର ୪ ପିଲା ସହ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଡେରାପଥରରେ ରହି ବିଭିନ୍ନ ରମ୍ଭା ବିପିଏଲ୍ ଚାଉଳ ଉଠାଇବା ପାଇଁ ନିଜ ଗାଁକୁ ଯାଇ ଆଉ ଫେରି ନଥିଲେ। ସ୍ବାମୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ। । ତେବେ ଏହାର ପରଦିନ ସନ୍ଧ୍ୟାରେ ଗାଁର ପିଲାମାନେ ନିର୍ମାଣଧୀନ ଅଙ୍ଗନବାଡ଼ି କେନ୍ଦ୍ର ସାମନାରେ ଖେଳୁଥିବା ବେଳେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ବାରଣ୍ଡାରେ ପଡ଼ିଥିବା ଦେଖିଥିଲେ। ମହିଳାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ରହିଛି। ମୃତଦେହରୁ ଗର୍ଭାଶୟ ଓ ଅନ୍ତନଳୀ ବାହାରି ପଡ଼ିଛି।

ପୁଲିସ ଗାଁରେ ପହଞ୍ଚି ଶବ ଜବତ କରିବା ପରେ ପାଲଲହଡ଼ା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲା । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା ଏହା ପରେ ପୋଲିସ ସଫଳ ମିଳିଥିବା । ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *