ରାଜଧାନୀରୁ ଦିବ୍ୟାଙ୍ଗ ମହିଳାଙ୍କ ଶିଶୁ ଅପହରଣ ମାମଲାରେ ଏକାଧିକ ଟିମ୍ ଗଠନ କରାଯାଇଛି ଏବଂ ଗୁଇନ୍ଦା ସୂଚନା ଆଧାରରେ ଶିଶୁଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ବୋଲି ଆଜି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଜଣେ ଦୃଷ୍ଟିବାଧିତ ମାଆ, ଜୟନ୍ତୀ ମଲ୍ଲିକ ତାଙ୍କ ୬ ବର୍ଷର ଝିଅ ଓ ୨ ବର୍ଷର ପୁଅକୁ ଧରି ରାମ ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ । ରବିବାର ଭୋରରେ ୨ ଜଣ ଲୋକ ଆସି ଦୁଇ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରିନେଇଥିଲେ । ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଶିଶୁ ପୁତ୍ର ଅପହରଣ ଘଟଣାରେ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ । ଅପହରଣକାରୀଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ । Post navigation ଖରାରୁ ମିଳିବ ଆଶ୍ୱସ୍ତି; ୨୦ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ହନୁମାନ ଜୟନ୍ତୀ, ଶୋଭାଯାତ୍ରାରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ