MP Pradeep Purohit demands National Honor for martyrs Madho Singh
ବରଗଡ଼ ଜିଲ୍ଲା ଘେଁସର ଜମିଦାର ସହିଦ ମାଧୋ ସିଂହ ଓ ତାଙ୍କ ସହିଦ ପରିବାରଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିବା ପାଇଁ ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି ।
 
ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ ପାଞ୍ଚ ଜଣ ସହିଦ ହୋଇଥିବା ଘଟଣା ସମଗ୍ର ଦେଶକୁ ଚକିତ କରିଥିବାବେଳେ ଏହି ସହିଦ ମାନଙ୍କର ସ୍ମୃତିକୁ ବଜାୟ ରଖିବା ପାଇଁ ସହିଦ ମାଧୋ ସିଂହ ଓ ତାଙ୍କ ପରିବାରଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଉପରେ ଗବେଷଣା ଲାଗି ପୁରୋହିତ ଦାବି କରିଛନ୍ତି ।
 
କହିରଖୁଛୁ ଯେ, ଇଂରେଜ ସରକାରକୁ ବାର୍ଷିକ ୩୫୬ ଟଙ୍କା ରାଜସ୍ଵ ଦେଇ ଜମିଦାରୀ ବଞ୍ଚାଇ ସହିଦ ମାଧୋ ସିଂହ ଏହାର ବିରୋଧ କରିଥିଲେ ।
 
୭୨ ବର୍ଷ ବୟସରେ ଇଂରେଜମାନେ ମାଧୋ ସିଂଙ୍କୁ ବିଶ୍ରାମ ନେଇଥିବା ସମୟରେ ଗିରଫ କରିଥିଲେ । ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ସମ୍ବଲପୁର ଜେଲରେ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା ।
 
ଏହାପରେ ତାଙ୍କ ଚାରି ବୀରପୁତ୍ର ୧୮୬୪ ମସିହା ପର୍ଯ୍ୟନ୍ତ ଇଂରେଜ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ପୁଅ ସାତେଙ୍କୁ ଇଂରେଜ ସରକାର କଳାପାଣି ସଜା ଦେଇଥିବା ବେଳେ କୁଞ୍ଜଲଙ୍କୁ ଇଂରେଜ ସରକାର ଫାଶୀ ଦେଇଥିଲା । ସେହିପରି ବୈରୀଙ୍କୁ ଆଜୀବନ କାରାଦଣ୍ଡ ଓ ଐରୀଙ୍କୁ ଅମାନୁଷିକ ହତ୍ୟା କରାଯାଇଥିଲା ।
 

By Nirvay

Leave a Reply

Your email address will not be published. Required fields are marked *