ମୋଷ୍ଟ ୱାଣ୍ଟେଡ୍‌ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ। ବର୍ଷ ଦିନ ଧରି ପୋଲିସଙ୍କୁ ଚକମା ଦେଉଥିବା ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ‘ଶୁକ୍ରୁ’ ଶେଷରେ ଆତ୍ମସମର୍ପଣ କରିଛି। ଶୁକ୍ରୁକୁ ଆତ୍ମସମର୍ପଣ ପାଇଁ ଆହ୍ବାନ ଦେଇଥିଲା ଓଡ଼ିଶା ପୋଲିସ । ଏକେ-୪୭ ସହ ଆତ୍ମସମର୍ପଣ କଲା ଶୁକ୍ରୁ। କନ୍ଧମାଳ ପୋଲିସ ନିକଟରେ ଶୁକ୍ରୁ ସହ ଆଉ ୪ ଜଣ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଶୁକ୍ରୁକୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ରହିଥିଲା । ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଧାର୍ଯ୍ୟ ହୋଇଛି ଡେଡ୍‌ଲାଇନ୍‌

ମାଲକାନଗିରି ଜିଲ୍ଲାର ରହୁଥିବା ଶୁକ୍ରୁ, କଳାହାଣ୍ଡି-କନ୍ଧମାଳ-ରାୟଗଡ଼ା ସୀମାନ୍ତରେ ଲୁଚି ରହି ସକ୍ରିୟ ଥିଲା। ସେ ମାଓବାଦୀଙ୍କ ଜୋନାଲ କମାଣ୍ଡର ଭାବେ କାମ କରୁଥିବା ସହ ‘ଏଇଟ୍ ଥ କମ୍ପାନୀ’ ନାଁରେ ନୂଆ ସଂଗଠନ ଚାଲାଉଥିଲା। ଆତ୍ମସମର୍ପଣ କରିବାକୁ ଚାହୁଁଥିବା ସହଯୋଗୀ ମାଓବାଦୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ମଧ୍ୟ ରହିଛି ଶୁକ୍ରୁ ବିରୋଧରେ।

Leave a Reply

Your email address will not be published. Required fields are marked *