Mortal remains of IAF jawan Swarajya Sahu consigned to flames
ଆଗରେ ଚାଲିଛନ୍ତି ଶୁଭେଚ୍ଛୁ ଓ ପରିଜନ । ପଛେ ପଛେ ବୀର ଯବାନଙ୍କ ପାର୍ଥିବ ଶରୀର । ସିଲିଣ୍ଡର ବିସ୍ଫୋରଣରେ ଆହତ ହୋଇ ମୃତ୍ୟୁବରଣ କରିଥିବା ଭାରତୀୟ ବାୟୁସେନା ଜବାନ ସ୍ୱରାଜ୍ୟ ସାହୁଙ୍କ ଶେଷକୃତ୍ୟ ପୂର୍ଣ୍ଣ ସାମରିକ ସମ୍ମାନ ସହିତ କୋଣାର୍କ, ଅସ୍ତରଙ୍ଗ ଥାନା ଅନ୍ତର୍ଗତ ସୁନ୍ଦର ଗାଁ ସ୍ମସାନରେ ସମ୍ପନ୍ନ ହୋଇଛି ।
 
ହଜାର ହଜାର ଲୋକ ବୀର ଯବାନଙ୍କ ଶେଷ ଦର୍ଶନ କରି ସ୍ଵରାଜଙ୍କୁ ଲୋତକ ପୂର୍ଣ୍ଣ ଏବଂ କୋହଭରା ବିଦାୟ ଦେଇଛନ୍ତି । ତୋପ ସଲାମୀ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
 
ସେ ୨୦୧୧ ରେ ବାୟୁସେନାରେ ଯୋଗ ଦେଇ ଆଗ୍ରାରେ କାର୍ଯ୍ୟରତ ଥିଲେ ।
Mortal remains of IAF jawan Swarajya Sahu consigned to flames

By Nirvay

Leave a Reply

Your email address will not be published. Required fields are marked *