ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କାଲିଠୁ ସକାଳ ସ୍କୁଲ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସକାଳୁଆ ସ୍କୁଲ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆ ଯାଇଛି । ପୂର୍ବରୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସମୟ ପରିବର୍ତ୍ତନ କରି ସକାଳ ୬ ଟା ୩୦ ରୁ ଦିନ ୧୦ ଟା ୩୦ ମଧ୍ୟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । Post navigation ରାଉରକେଲା ପାଇଁ ୩ଟି ପ୍ରମୁଖ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ ଆସନ୍ତା ୨୨ରେ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା