ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ସକାଳୁଆ ଅଫିସ । ଆଜି ଠାରୁ ଜିଲ୍ଲାରେ ସକାଳ ୭ଟା ସମୟରୁ ଦିନ ୧ ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସବୁ ସରକାରୀ କାର୍ଯ୍ୟାଳୟ ସକାଳୁଆ ଅଫିସ ଭାବରେ କାର୍ଯ୍ୟ କରିବ। ଏହି ନିୟମ ଆଜିଠୁ ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ସକାଳୁଆ ଅଫିସ କାର୍ଯ୍ୟ ହେବ ।

ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ କୌଣସି ମଧ୍ୟାହ୍ନ ଖାଦ୍ୟ ବିରତି ରହିବ ନାହିଁ। ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।ଜିଲ୍ଲାରେ ପାଖାପାଖି ଗୋଟିଏ ମାସ ଧରି ପାରଦ ୪୦ ଛୁଇଁଛି । ଗ୍ରୀଷ୍ମ ପ୍ରବାହର ପ୍ରକୋପ ମଧ୍ୟ କ୍ରମଂଶ ବଢ଼ିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *