ନାଇଜେରିଆରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଭୟଙ୍କର ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ନାଇଜର୍ର ମୋକୱା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସହର ନିକଟ ଏକ ବନ୍ଧ ଭାଙ୍ଗିଯିବା ପରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିବାବେଳେ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘରେ ଘରେ ବନ୍ୟା ପାଣି ପଶି ରାସ୍ତାଘାଟ ଜଳମଗ୍ନ ହୋଇଛି । ଏବେବି ଅନେକ ଲୋକ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । Post navigation ଟ୍ରମ୍ପ୍ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ୍ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ; ଆମେରିକା ଭାରତ-ପାକ୍ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ