ସି-ସେକ୍ସନ ନେଇ ଚିନ୍ତାଜନକ ତଥ୍ୟ ଦେଲେ ସରକାର । ଆଜି ବିଧାନସଭା ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ସରକାରୀ ହସ୍ପିଟାଲ ତୁଳନାରେ ବେସରକାରୀ ହସ୍ପିଟାଲରେ ସିଜାରିଆନ୍ କିମ୍ବା ସି-ସେକ୍ସନ ଡେଲିଭରି ସଂଖ୍ୟା ଯଥେଷ୍ଟ ଅଧିକ। ୨୦୨୨-୨୩ରେ ୧,୨୯,୦୮୮ଟି ଡେଲିଭରି ହୋଇଛି । ସେଥିରୁ ୯୯,୯୯୮ ଅପରେସନ ମାଧ୍ୟମରେ ଡେଲିଭରି ହୋଇଛି।

ସେହିପରି ୨୦୨୩-୨୪ରେ ୧,୧୩,୫୯୮ ଡେଲିଭରି ସହିତ ଏହି ସଂଖ୍ୟା ୧,୪୦,୧୨୬ ଡେଲିଭରିକୁ ବୃଦ୍ଧି ପାଇଛି। ସେହିଭଳି ୨୦୨୨-୨୩ ସରକାରୀ ଡାକ୍ତରଖାନାରେ ୬,୦୦,୭୪୦ ପ୍ରସବ ମଧ୍ୟରୁ ୧,୮୩,୪୪୩ ସି-ସେକ୍ସନ ହୋଇଥିଲା। ୨୦୨୩-୨୪ରେ ମୋଟ ୫,୯୧,୧୮୫ ପ୍ରସବ ମଧ୍ୟରୁ ୧,୯୫,୫୭୮ ସିଜାରିଆନ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *