ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଅପସାରଣ ହେବା ନେଇ ପାଗ ଅନୁକୂଳ ହେବାରେ ଲାଗିଛି । ଆଇଏମଡି ବିସ୍ତାରିତ ପରିସର ଆକଳନରେ ସୂଚନା ଦେଇଛି ଯେ, ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି । ତେଣୁ ୧୬ ତାରିଖ ମଧ୍ୟରେ ମୌସୁମୀ ବିଦାୟ ନେବାର ପୂର୍ବାନୁମାନ କରାଯାଉଛି । ଅନ୍ୟପଟେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ନେଇ ଆଶଙ୍କା କରାଯାଇଛି । ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ପ୍ରାକ୍ ଆକଳନ କରାଯାଉଛି । Post navigation ଲାଞ୍ଚ ନେଇ ଧରାପଡ଼ିଲେ ଆରପିଏଫ ହାବିଲଦାର ମାରିଆ କୋରିନା ପାଇଲେ ନୋବେଲ ଶାନ୍ତି ପୁରସ୍କାର