ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହା ପୂର୍ବରୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଡିଜିପି ଆଜି ବିଧାନସଭାରେ ପହଁଚି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ବିଧାନସଭା ।

ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଚାଲିବ ଅଧିବେଶନ । ମାତ୍ର ୭ଟି କାର୍ଯ୍ୟଦିବସ ରହିଥିବାବେଳେ ଗୋଟିଏ ଦିନ ରବିବାର ଯୋଗୁଁ ଛୁଟି ରହିବ । ମୌସୁମୀ ଅଧିବେଶନ ବେଶ ସରଗରମ ରହିବା ଅନୁମାନ କରାଯାଉଛି । ସୁରୁଖୁରୁରେ ଗୃହ ଚଳାଇବା ପାଇଁ ଗତକାଲି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।  ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି । ତେବେ ବିରୋଧୀ ମଧ୍ୟ ଅନେକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରି ପାରନ୍ତି । ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ସାର ଆଦିକୁ ପ୍ରସଙ୍ଗ କରିପାରେ ବିରୋଧୀ ।

Leave a Reply

Your email address will not be published. Required fields are marked *