ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଅଧିବେଶନ କାଳରେ ୬ଟି କାର୍ଯ୍ୟଦିବସ ସମାପନ ହୋଇଛି । ୨ଟି ସରକାରୀ ବିଲ୍ ବିଚାର ଓ ପାରିତ କରାଯାଇଛି । ୨ଟି ବିଲ୍ ସହ GST ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୫ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ୨୦୨୫ ପାରିତ ହୋଇଛି । ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଥିଲା ଅଧିବେଶନ । ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଚାଲିଥାନ୍ତା ଗୃହ । ହେଲେ କିଛି ସରକାରୀ କାର୍ଯ୍ୟ ନଥିବାରୁ, ନବରାତ୍ର ପୂଜା ପାଇଁ ଗୃହ କାର୍ଯ୍ୟକୁ ବନ୍ଦ ରଖିବାପାଇଁ ନିଷ୍ପତି ନିଆଯାଇଥିଲା । Post navigation ‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ୱରରେ ପାରାଦୀପ ବନ୍ଦର ପକ୍ଷରୁ ରୋଡସୋ ମହିଳା ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ