ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ସାଧାରଣତଃ ଜୁନରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ଦୀର୍ଘ ୧୬ ବର୍ଷ ପରେ ମେ ମାସରେ ଓଡ଼ିଶା ଆସିଲା ମୌସୁମୀ । ୧୯୯୯ରେ ୨୮ ମେ’ରେ ମୌସୁମୀ ଓଡ଼ିଶା ଛୁଇଁଥିଲା । ଏହାପରେ ୨୦୦୯ରେ ମେ’ ୨୫ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଅନ୍ୟପଟେ ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ୩୧ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସୂଚନା ଯୋଗ୍ୟ; ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଠାରୁ ୧୨ ଦିନ ପୂର୍ବରୁ କେରଳ ଛୁଇଁଥିଲା ମୌସୁମୀ ବାୟୁ । ଆଉ ସେହି ଅନୁଯାୟୀ, ଓଡ଼ିଶାକୁ ମଧ୍ୟ ସଅଳ ଆସିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *