ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି । ପ୍ରବଳ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବାକୁ ଯାଉଛି ମୌସୁମୀବର୍ଷା ।ଆସନ୍ତା ମେ’୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି । ପୂର୍ବରୁ ମେ ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଇଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏଥିସହ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ମୌସୁମୀ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *