ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ଆଣ୍ଡାମାନ ସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଆଜି ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢ଼ିବ ମୌସୁମୀ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକୁ ମୌସୁମୀର ଅଗ୍ରଗତି ପାଇଁ ବାୟୁମଣ୍ଡଳ ଏବଂ ଅନ୍ୟାନ୍ୟ ପରିସ୍ଥିତି ଅତ୍ୟନ୍ତ ଅନୁକୂଳ ରହିଛି। ଏହାରି ପ୍ରଭାବରେ ଆଜି ଓଡ଼ିଶାର ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ସର୍ତକ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ-ପଶ୍ଚିମର ୭ ଜିଲ୍ଲା ପାଇଁ ସର୍ତକତା ଜାରି ହୋଇଛି। ଏହି ୭ ଜିଲ୍ଲା ଗୁଡିକ ହେଉଛି ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼ ଏବଂ ନୂଆପଡ଼ା। ଏହି ଜିଲ୍ଲା ଗୁଡ଼ିକ ପାଇଁ ୟୋଲୋ ୱାର୍ଣ୍ଣି ଜାରି ହୋଇଥିବା ଆଇଏମଡ଼ି ବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏହି ସାତଟି ଜିଲ୍ଲାରେ ବଜ୍ରପାତ ଏବଂ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଝଡ଼ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ପର୍ୟ୍ୟନ୍ତ ପହଞ୍ଚିପାରେ। Post navigation ଭାରତ ମାତା କୀ ଜୟ ଶୁଣିଲେ ଥରୁଛି ଶତ୍ରୁଙ୍କ ଛାତି: ନରେନ୍ଦ୍ର ମୋଦି ବନୀକରଣ ନାଁରେ ଦୁର୍ନୀତି ମାମଲା: ଡେପୁଟି ରେଞ୍ଜରଙ୍କ ସହ ୪ ଗିରଫ