Rajya Sabha Cross Voting
କଂଗ୍ରେସର ନିଲମ୍ବିତ ବିଧାୟକମାନଙ୍କୁ ମହମ୍ମଦ ମୋକିମ୍‌ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି । ସମସ୍ତେ ଏକତ୍ରିତ ହୋଇ ଓଡ଼ିଶା ଜନତା କଂଗ୍ରେସ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।
 
ସେ କହିଛନ୍ତି ଯେ କଂଗ୍ରେସ ଦଳ, ଝିଅ ସୋଫିଆ ଫିର୍ଦ୍ଦୋସକୁ ଅଣଦେଖା କରୁଥିଲା । ତାଙ୍କୁ ବହିଷ୍କାର କରିବା ପରେ ମଧ୍ୟ ସୋଫିଆ ଅଣଦେଖା ଅନୁଭବ କରୁଥିଲା । କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନ ଥିଲେ । ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ । ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ ।
 
ସୂଚନା ଥାଉକି, ଦଳୀୟ ହ୍ୱିପ୍ କୁ ଅବମାନନା କରିଥିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ।
 
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂକୁ ନେଇ ପ୍ରତିକ୍ରିୟା ରଖି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ୩ ଜଣ ବିଧାୟକଙ୍କୁ ଦଳ ବହୁତ ଦାୟିତ୍ୱବାନ ବିଧାୟକ ଭାବିଥିଲା, କିନ୍ତୁ ସେମାନେ ଦଳ ବିରୋଧୀ କାମ କରି ଦଳର ସମ୍ମାନକୁ ପତନ କରିଦେଲେ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଗୃହରେ ସିଟ୍ ପରିବର୍ତ୍ତନ ପାଇଁ ଚିଠିରେ ଉଲ୍ଲେଖ ରହିଛି ।

By Nirvay

Leave a Reply

Your email address will not be published. Required fields are marked *