ଆଜିଠୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ ଉଦଳାର ପାଟପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ । ଉଦଳାରୁ ଖିଚିଙ୍ଗରେ ପହଞ୍ଚିବା ପରେ ସେ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଖିଚିଂ ମହୋତ୍ସବ, କିଚକିଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବାସହ ସାଧାରଣ ସମାବେଶରେ ଯୋଗଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ଯଶୀପୁରସ୍ଥିତ ରମତୀର୍ଥରେ ରାତ୍ରିଯାପନ କରିବେ । କାଲି ମୁଖ୍ୟମନ୍ତ୍ରୀ ଦୁଦୁରା ରେ ଥିବା ଶିମିଳିପାଳ ମହୋତ୍ସବ, ମିନି ମାରାଥନ ଏବଂ କ୍ରୀଡା ଉତ୍ସବରେ ଯୋଗ ଦେବେ । କାର୍ଯ୍ୟକ୍ରମ ସାରି ଚମ୍ପୁଆ ଯାଇ ମଧ୍ୟାହ୍ନରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବେ । ସେଠାରୁ କେନ୍ଦୁଝର ରିଜର୍ଭ ପଡ଼ିଆକୁ ଆସି ସଡ଼କ ପଥରେ ନିଜ ଗ୍ରାମ ରାଇକଳାକୁ ଯାଇ ଏକ କ୍ରିକେଟ ମ୍ୟାଚ ଫାଇନାଲ ଉତ୍ସବରେ ଯୋଗଦେବେ। ସେଠାରୁ ରାଇକଳାସ୍ଥିତ ନିଜ ବାସଭବନକୁ ଯାଇ ସଡ଼କ ପଥରେ କେନ୍ଦୁଝର ଫେରିବେ । ସନ୍ଧ୍ୟାରେ କାଳୀ ପଡ଼ିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାରେ ଯୋଗଦେବେ। ରାତିରେ ସର୍କିଟ ହାଉସରେ ରାତ୍ରିଯାପନ କରି ୩ ତାରିଖ ସୋମବାର ସକାଳୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । Post navigation ନବ ଦାସ ହତ୍ୟା ମାମଲାରେ ଦୀପାଳି ଓ ବିଶାଳଙ୍କୁ କ୍ରାଇମ୍ବ୍ରାଞ୍ଚର ନୋଟିସ୍ ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ