ମୋହନ ସରକାରଙ୍କୁ ଗୁରୁବାର ପୁରିଛି ୬ ମାସ। ଗତ ଜୁନ୍ ୧୨ ତାରିଖରେ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ୨୪ ବର୍ଷର ବିଜୁ ଜନତା ଦଳକୁ ଲୋକେ ପ୍ରତ୍ୟାଖାନ ପରେ ଆରମ୍ଭ ହୋଇଥିଲା ଲୋକ ସରକାର । ଏହି ୬ ମାସରେ ଯଦି ଲାଭ-କ୍ଷତିର ହିସାବ କରାଯାଏ ତେବେ ଏହା ମିଶ୍ର ଫଳ କୁହାଯିବ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହ ମାହନ ଚରଣ ମାଝୀ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା ଅବସରରେ ଏହା କହିଛନ୍ତି ଯେ  ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ସେଥିରୁ ଅନେକ ପ୍ରତିଶ୍ରୁତିକୁ ଏହି ୬ ମାସରେ ପୂରଣ କରିଛୁ।

ଏହି ୬ ମାସରେ ୪ଟି ଅତ୍ୟନ୍ତ ଗୁୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତିକୁ ପାଳନ କରିବାରେ ସଫଳ ହୋଇଛନ୍ତି ମୋହନ ସରକାର । ଶ୍ରୀମନ୍ଦିର ଚାରିଦ୍ଵାର ସହ ରତ୍ନଭଣ୍ଡାର ଖୋଲିଛି । ଶ୍ରୀମନ୍ଦିର ଉନ୍ନତି ପାଇଁ ୫ଶହ କୋଟି କର୍ପସ ପାଣ୍ଠି ଗଠନ ହୋଇଛି । ତୃତୀୟଟି ସୁଭଦ୍ରା ଯୋଜନା । ସଂକଳ୍ପ ଅନୁସାରେ ଯେଉଁ ପ୍ରତିଶୁତି ଦିଆଯାଇଥିଲା ସେଇ ପ୍ରତିଶ୍ରୁତି ଅନୁସାରେ ୮୦ ଲକ୍ଷ୍ୟରୁ ଅଧିକ ମହିଳା ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତି ରେ ୫ ହଜାର ଟଙ୍କା ମିଳିଛି । ଖୁବଶୀଘ୍ର ଏହା ୧ କୋଟି ଟପିବ । ଚତୁର୍ଥ ତଥା ଗୁୁରୁତ୍ବପୂର୍ଣ୍ଣ ନିଷ୍ପତିଟି ହେଉଛି ଚାଷୀଙ୍କୁ ଧାନର ମୂଲ୍ୟ ଉପରେ ୮୦୦ ଟଙ୍କାର ଇନ୍‌ଫୁଟ ବୋନସ୍ । ସଂକଳ୍ପ ପତ୍ରରେ ଘୋଷଣା କରାଯାଇଥିଲା ଯେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପ୍ରଦାନ କରାଯିବ ।

ସର୍ବନିମ୍ନ ସହାୟକ ମୂଲ୍ୟ ୨୩ଶହ ଟଙ୍କା ଉପରେ ରାଜ୍ୟ ସରକାର ଦେଇଛନ୍ତି ପ୍ରତିଶ୍ରୁତି ଅନୁସାରେ ୮୦୦ ଟଙ୍କାର ବୋନସ୍ । ତେଣୁ ଏହି ଦୃଷ୍ଟିରୁ ଏହି ୬ ମାସ ବେଶ୍ ସଫଳ ରହିଛି ମୋହନ ସରକାରଙ୍କ ପାଇଁ । ପ୍ରତିଶ୍ରୁତି ଅନୁସାରେ ଅନେକ ପୂରଣ ହୋଇଛି ।

Leave a Reply

Your email address will not be published. Required fields are marked *