ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଏବଂ ବାତ୍ୟା ପରେ ମଧ୍ୟ ଆକ୍ଟିଭ୍ ମୋଡରେ ମୋହନ ସରକାର। ବାତ୍ୟା ‘ଦାନା’ର ଦୁଇଟି ଦିଗ। ପ୍ରଥମଟି ବାତ୍ୟା ଓ ଦ୍ବିତୀୟଟି ବର୍ଷା । ବାତ୍ୟା ବିଶେଷ କ୍ଷତି କରିପାରି ନାହିଁ। କିନ୍ତୁ ବର୍ଷା ୫ଟି ଜିଲ୍ଲାରେ ଧାନ ଚାଷର ବିଶେଷ କ୍ଷତି ଘଟାଇଛି। ତେବେ ପ୍ରକୃତିର ପ୍ରଥମ ପରୀକ୍ଷାରେ ମୋହନ ସରକାର ସଫଳତାର ସହ ଉତ୍ତୀର୍ଣ ହୋଇଛନ୍ତି । ଏହା ବେଶୀ ବିଚଳିତ କରିଛି ବିଜୁ ଜନତା ଦଳକୁ । ତେଣୁ କିଛି ନେତା ରକ୍ତ ଚାଉଳ ଚୋବାଇଲା ଭଳି ସରକାରଙ୍କୁ ସମାଲୋଚନା କରିବାକୁ ଭୁଲୁ ନାହାନ୍ତି । ବିଜେଡ଼ି ବଡ଼ ଆଶା ରଖୁଥିଲା ବାତ୍ୟା ଦାନା ଉପରେ । ଦାନା ଧ୍ବସ୍ତ ବିଧ୍ବସ୍ତ କରିଦେବ ଉପକୂଳ ଓଡ଼ିଶାକୁ । ଲୋକେ ତ୍ରାହି ତ୍ରାହି ଡାକିବେ । ମୋହନ ସରକାର ଏହାର କୌଣସି ଅଭିଜ୍ଞତା ନଥିବାରୁ ବିଫଳ ହେବେ । ଲୋକେ ପୁଣି ଝୁରିହେବେ ନବୀନ ଓ ତାଙ୍କ ବିଜୁ ଜନତା ଦଳକୁ। କିନ୍ତୁ ମହାପ୍ରଭୁ ପ୍ରଭୁ ଜଗନ୍ନାଥ ଏବଂ ମୋହନ ସରକାର ବିଜୁ ଜନତା ଦଳ ଆଶାରେ ପାଣି ପକାଇ ଦେଲେ। ସବୁ ସ୍ବପ୍ନ ବାତ୍ୟାରେ ଉଡ଼ିଗଲା। ସବୁଠୁ ବଡ଼ କଥା ବାତ୍ୟା ଦାନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା କିମ୍ବା ସୃଷ୍ଟି କରାଯାଇଥିଲା। କିନ୍ତୁ ସମସ୍ତଙ୍କ ନଜର ଥିଲା ୫ ବର୍ଷ ପରେ ଆସୁଥିବା ବାତ୍ୟା କିଭଳି ମୁକାବିଲା କରିପାରିବେ ଅନଭିଜ୍ଞ ମୋହନ ସରକାର ? ଏଥିମଧ୍ୟରେ ବିଜଦ ଲୋକଙ୍କ ଭିତରେ ଏକ ଧାରଣା ସୃଷ୍ଟି କରିବାକୁ ଚାହୁଁଥିଲା ଯେ ନବୀନ ନାହାନ୍ତି, ମୋହନ ପାରିବେନି। କିନ୍ତୁ ସବୁପ୍ରକାର ପ୍ରଶାସନିକ ବ୍ୟବସ୍ଥା କୌଣସି ହେଳା ନକରି ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । Post navigation ଏପ୍ରିଲ ୨୦୨୫ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ ପବନ ଓ ଜୁଆର ମାଡ଼ରେ ହବାଳିଖଟି ଛାରଖାର