ରାଜ୍ୟରେ ପୁଣି ଏକ ନୂଆ ରାଜନୈତିକ ଦଳ ଗଠନ ହେବ ତାହା ସୁନିଶ୍ଚିତ ହୋଇସାରିଛି । ଏହାରି ଭିତରେ ଆଜି ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି । ମହମ୍ମଦ ମୋକିମ ନିଜ ନୂଆ ଦଳର ନାମ ମଧ୍ୟ ସ୍ଥିର କରିସାରିଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ ବୋଲି କହିଛନ୍ତି ମହମ୍ମଦ ମୋକିମ୍। ସେ କହିଛନ୍ତି ଦଳର ନାଁ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଚାଲିଛି । ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ, ଓଡ଼ିଆ ଲୋକଙ୍କ ପାଇଁ କାମ କରିବ । ପ୍ରସ୍ତୁତି ଚାଲିଛି, ବିଭନ୍ନ ନେତା ଓ ଲୋକଙ୍କୁ ଭେଟୁଛୁ । ୩୦ରେ ମହିଳା ସମାବେଶ, ଫେବ୍ରୁଆରୀ ୫ରେ କୃଷକ ସମାବେଶ ହେବ । ବିଭିନ୍ନ ସମସ୍ୟା ସଂପର୍କରେ ସମାବେଶରେ ଆଲୋଚନା ହେବ । ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ । ବିଭିନ୍ନ କାର୍ଯ୍ୟକ୍ରମରେ ସୋଫିଆ ପିର୍ଦ୍ଦୋସଙ୍କ ଉପସ୍ଥିତିକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଚନ୍ତି ସୋଫିଆ ମୋକିମ୍ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ ଉପସ୍ଥିତ ରହୁଛନ୍ତି । ସୋଫିଆ କଂଗ୍ରେସରେ ଅଛନ୍ତି, କଂଗ୍ରେସ ପାଇଁ କାମ କରୁଛନ୍ତି । ସୂଚନା ଯୋଗ୍ୟ; ନୂଆ ଦଳର ନାଆଁ ଖାଲି ଘୋଷଣାକୁ ବାକି ରହିଛି । ଯୁବ ସମାବେଶ ପରେ ଏବେ ମହିଳା ଏବଂ କୃଷକଙ୍କୁ ଏକାଠି କରିବେ ମୋକିମ । ଆସନ୍ତା ଜାନୁଆରୀ ୩୦ ତାରିଖରେ ମହିଳା ସମାବେଶ ହେବାକୁ ଥିବାବେଳେ ଫେବ୍ରୁଆରୀ ୫ ତାରିଖରେ କୃଷକ ସମାବେଶ ଅନୁଷ୍ଠିତ ହେବ ବୋଲି ମୋକିମ ସୂଚନା ଦେଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଦଳର ପଞ୍ଜିକରଣ ନେଇ ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ମାର୍ଚ୍ଚ ମାସ ଯାଏ ସେ ସମୟ ଦେଇଛନ୍ତି ବୋଲି କହିଛନ୍ତି । ଖୁବ ଶୀଘ୍ର ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବୁ ବୋଲି ମୋକିମ୍ କହିଛନ୍ତି । Post navigation NKS Bandh Call In Odisha: ୨୮ ତାରିଖ ଓଡିଶା ବନ୍ଦକୁ ସମର୍ଥନ କଲା କଂଗ୍ରେସ Nationwide Bank Strike: ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ