ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ ମହମ୍ମଦ ମୋକିମ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ଵ ନେଇ ଉଠାଇଲେ ପ୍ରଶ୍ନ । ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ମହମ୍ମଦ ମୋକିମ୍। ଭକ୍ତ ଦାସଙ୍କ ନେତୃତ୍ୱରେ ଆଗକୁ ବଢ଼ିବା ଅସମ୍ଭବ । ତେଣୁ  ନେତୃତ୍ଵର ନବୀକରଣ କରି ଓଡ଼ିଶା କଂଗ୍ରେସର ପୁନରୁଦ୍ଧାର ଓ ପୁନର୍ଜୀବିତ କରାଯାଉ ବୋଲି ଚିଠିରେ ଦର୍ଶାଇଛନ୍ତି ମୋକିମ।

ମୋକିମ୍ ବର୍ତ୍ତମାନର ନେତୃତ୍ୱ କାହିଁକି ବିଫଳ ହେଉଛି ତାହାର ୬ଟି କାରଣ ତାଲିକାଭୁକ୍ତ କରିଛନ୍ତି। ମହମ୍ମଦ ମୋକିମ କହିଛନ୍ତି ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ବ। ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମ ଠାରୁ ପୂରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧି ପରିବାରକୁ ସମାଲୋଚନା କରିଥିଲେ । ଏହାସହ ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ ।

ସେହିପରି ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟ୍‌ରେ ହାରିଛି । ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶାଜନକ । ନିଜ ସଂସଦୀୟ କ୍ଷେତ୍ର ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ । ସେ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ବ ଦେବା ଅସମ୍ଭବ ବ୍ୟାପାର ।

ଏହା ସହ ମହମ୍ମଦ ମୋକିମ ପୂର୍ବ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ଉଠାଇଲେ ପ୍ରଶ୍ନ । ସେ କହିଛନ୍ତି ଶରତଙ୍କ ନେତୃତ୍ବରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ୍ ପାଇଲା । ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଲେ । ଆଜିକା ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର । ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ।

Leave a Reply

Your email address will not be published. Required fields are marked *