ତେଲେଙ୍ଗାନା କ୍ୟାବିନେଟରେ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ । ଆଜି ରାଜଭବନରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ତାଙ୍କୁ ଶପଥ ପାଠ କରାଇଛନ୍ତି । ଆଝାରୁଦ୍ଦିନଙ୍କ ଏଣ୍ଟ୍ରି ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ୧୬ କୁ ପହଞ୍ଚିଛି । ନଭେମ୍ବର ୧୧ରେ ଜୁବିଲି ହିଲ୍ସ ଆସନରେ ଉପନିର୍ବାଚନ ଥିବାରୁ ମୁସଲମାନ ଭୋଟରଙ୍କ ସମର୍ଥନ ହାସଲ ପାଇଁ କଂଗ୍ରେସ ସରକାର ଆଝାରୁଦ୍ଦିନ୍ଙ୍କୁ ମନ୍ତ୍ରୀ କରିଥିବା ବିରୋଧୀ ଦଳ ଅଭିଯୋଗ କରିଛି । ତେବେ ଆଝାରୁଦ୍ଦିନ ୨୦୨୩ ମସିହାରେ ଏହି ଆସନରୁ ନିର୍ବାଚନ ହାରିଯାଇଥିଲେ। ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ସରକାର ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ ଦେଇ ଏହାର ଉଲ୍ଲଂଘନ କରିଥିବା ଭାଜପା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । Post navigation FIR lodged against Bobby Das: ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଅଭିଯୋଗ