ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ। ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ପ୍ରବାସୀଙ୍କୁ ସ୍ବାଗତ କରିବା ସହ କହିଛନ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ ପ୍ରତ୍ୟେକଙ୍କୁ ଗର୍ବିତ କରେ। ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ଓଡ଼ିଶାର ବାଲିଯାତ୍ରା ବିଶ୍ବ ବାଣିଜ୍ୟ ପରମ୍ପରାର ପ୍ରତୀକ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ । ଏହାକୁ ସ୍ମରଣ କରିବା ଲାଗି ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଏ । ଧଉଳି ଶାନ୍ତିସ୍ତୁପ ଶାନ୍ତିର ପ୍ରତୀକ । କିଛି ଦିନ ପରେ ମହାକୁମ୍ଭ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ, ସବୁଠି ଉତ୍ସବର ବାତାବରଣ ।

ମୋଦି ଆଉ ମଧ୍ୟ କହିଛନ୍ତି ଭାରତ ବିଶ୍ବକୁ କହିପାରୁଛି ଯୁଦ୍ଧ ବିଶ୍ବର ଭବିଷ୍ୟତ ନୁହେଁ। ବିବିଧତାରେ ଆମ ଜୀବନ ଚଳମାନ ହେଉଥାଏ। ଆପଣ ମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବିତ । ଭାରତୀୟ ଯେଉଁଠି ଥାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି । ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୂତପୂର୍ବ । ଆଜି ପ୍ରତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଆକାଶଛୁଆଁ । ଦେଶର ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି । ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ ।

Leave a Reply

Your email address will not be published. Required fields are marked *