ଆଜି ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ସହ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ କହିଥିଲେ। ମୋଦି ସେଠାରେ ସେ ଓଡ଼ିଆ ସ୍କାର୍ଫ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହା ଭିତରେ ରଥଯାତ୍ରା ସହ ମହାପ୍ରଭୁଙ୍କ ମହିମାକୁ ମଧ୍ୟ ବଖାଣିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଥର ହୋଇଥିବା ନିର୍ବାଚନରେ ୪ଟି ରାଜ୍ୟରେ ଏନଡିଏର ବିଜୟ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି, ଜୟ ଜଗନ୍ନାଥ। ମୋଦୀଙ୍କ ମୁହଁରୁ ଜୟ ଜଗନ୍ନାଥ ଶୁଣି ସମବେତ ପ୍ରବାସୀ ଭାରତୀୟମାନେ ଜୟ ଜଗନ୍ନାଥ ବୋଲି କହିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ମସ୍କୋ।

Leave a Reply

Your email address will not be published. Required fields are marked *