Modi dedicated Operation Sindoor to every mother, sister and daughter
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ଅପରେସନ ସିନ୍ଦୂର ଦେଶର ମାଆ ଓ ଭଉଣୀଙ୍କ ପାଇଁ ସମର୍ପିତ । ସେନାର ବୀରତ୍ୱ, ସେମାନଙ୍କ ସାହସ ଓ ତ୍ୟାଗ ପ୍ରତି ସମର୍ପିତ ବୋଲି ମୋଦି କହିଛନ୍ତି ।
 
ସେହିଭଳି ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପହଲଗାମ ଘଟଣା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି ମୋଦି । ଅପରେସନ ସିନ୍ଦୂର ସ୍ଵଦେଶୀ ଜ୍ଞାନ କୌଶଳର ଆତ୍ମ ନିର୍ଭର ଭାରତର ଶକ୍ତି ଦେଖାଇଲା ବୋଲି ମୋଦି କହିଛନ୍ତି ।
 
ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲି ପାରିବନି । ଆତଙ୍କବାଦ ଓ ବାଣିଜ୍ୟ ଏକସଙ୍ଗେ ଚାଲି ପାରିବନି । ରକ୍ତ ଓ ପାଣି ଏକସଙ୍ଗେ ପ୍ରବାହିତ ହୋଇପାରିବନି । ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦ ନେଇ ହେବୁ । ଯଦି ପାକିସ୍ତାନ ସହ କଥା ହେବୁ ତେବେ POK ନେଇ ହେବୁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି ।
 
ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ମିଜାଇଲ୍ ମାଡ଼ ହେଲା, ବାହାୱଲପୁର, ମୋରିଡିକ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଲୁ, ଶହେରୁ ଉର୍ଦ୍ଧ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଛନ୍ତି ତେଣୁ ପାକିସ୍ତାନ ହତାଶ ହୋଇ ବିଶ୍ୱ ଦରବାରରେ ଦ୍ୱାରସ୍ଥ ହେଲା ।
 
ଆତଙ୍କୀଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଯୋଗଦେବା ପ୍ରମାଣିତ କରୁଛି ଯେ ଏହା ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ବୋଲି ମୋଦି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *