ଦିନକୁ ଦିନ ରାଜଧାନୀରେ ଚିନ୍ତାର ବିଷୟ ପାଲଟିଛି ମୋ ବସ ଡ୍ରାଇଭରଙ୍କ ଉତ୍ପାତ । ମଣିଷ ଭଳି ଚଲାଉନାହାନ୍ତି ଗାଡି, ବାଇକ୍ ଭଳି ମୋ ବସ ଚଲାଇବା ଲୋକମାନଙ୍କ ପାଇଁ ଆଣୁଛି ବିପଦ । ଏଭଳି ଘଟଣା ପ୍ରତ୍ୟେକ ଦିନ ମୋ ବସ ଡ୍ରାଇଭରଙ୍କ ନାମରେ ଆସୁଛି । ତେବେ ଗତକାଲି ମୋ ବସ୍ ଧକ୍କାରେ ଯୁବତୀ ଆହତ ହେବା ଘଟଣାକୁ ନେଇ ରାଜଧାନୀରେ ଉତ୍ତେଜନା ପ୍ରକାଶ ପାଇଥିଲା । ୧୫ଟି ମୋ ବସକୁ ଅଟକ ରଖିଲେ ଉତ୍ତେଜିତ ଲୋକମାନେ । ଏଭଳି ଅଭାବନୀୟ ଘଟଣା ପୂଣି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେଖୁବାକୁ ମିଳିଛି । ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଶନିବାର ସକାଳେ ଜଣେ ଯୁବତୀ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମୋ ବସ । ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଆହତ ଯୁବତୀଙ୍କ ନାଁ ଝିଲି ଷୋହଲା ଓ ତାଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡିଛି । ସେ ଭୁବନେଶ୍ଵର ଏକ ବିୟୁଟି ପାର୍ଲରରେ କାମ କରନ୍ତି । ତାଙ୍କୁ ମୋ ବସ୍ ଧକ୍କା ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରି ଏହି ରୁଟରେ ପ୍ରାୟ ୧୫ଟି ମୋ ବସକୁ ଅଟକ ରଖି ରଖିଥିଲେ । ଏହାସହ ଯୁବତୀଙ୍କୁ କ୍ଷତି ପୂରଣ ଓ କ୍ରୁଟରେ ସରକାରୀ ନିଯୁକ୍ତି ଦେବାକୁ ଦାବି କରିଥିଲେ ଲୋକ ମାନେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ସାଭାବିକ କରିଥିଲା । ଦୁର୍ଘଟଣା ଘଟାଇଥିବା ବସ୍ ଓ ଡ୍ରାଇଭରକୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ପୁଲିସ । Post navigation ରାଜଧାନୀରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପ ଝଟ୍କା ! ମହାନଦୀ ଜଳ ବିବାଦ ପ୍ରସଙ୍ଗ କୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର