ବିଜେଡି କରିବ ଦିନିକିଆ ପ୍ରଶିକ୍ଷଣ ଶିବିର । ୨୫ ତାରିଖରେ ଶଂଖ ଭବନରେ ଆୟୋଜିତ ହେବାକୁ ଯାଉଛି ପ୍ରଶିକ୍ଷଣ ଶିବିର । ଏହାକୁ ନେଇ ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ । ସେ କହିଛନ୍ତି ନବନିର୍ବାଚିତ ବିଧାୟକଙ୍କୁ ତାଲିମ ଦିଆଯିବ । ଦିନକ ପାଇଁ ଏହି ଶିବିର ଆୟୋଜିତ ହେବ । ୨୫ ତାରିଖ ୧୦ ଟାରୁ ଆରମ୍ଭ ହେବ ଶିବିର। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦେବେ ବିଜେଡିର ବରିଷ୍ଠ ବିଧାୟକ । ଆଜି ଶାସନ ଦଳ କରିଥିବା ପ୍ରଶିକ୍ଷଣ ଶିବିରକୁ ଆମେ ବର୍ଜନ କରିଛୁ । ସେଥିପାଇଁ ଆମେ ଶଂଖ ଭବନରେ ଆୟୋଜନ କରାଯିବ ପ୍ରଶିକ୍ଷଣ ଶିବିର ।

ସୂଚନଯୋଗ୍ୟ; ଆଜି ଶସକ ଦଳ ପକ୍ଷରୁ ବିଧାନସଭାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବାବେଳେ ଏଥିରେ କିନ୍ତୁ ଯୋଗ ଦେଇନାହାଁନ୍ତି ବିଜେଡି ଓ କଂଗ୍ରେସ ବିଧାୟକ । ଏହାକୁ ଦଳୀୟ ପ୍ରଚାର ଭାବେ ବିଜେପି ଆୟୋଜନ କରୁଛି କହି ପ୍ରଶିକ୍ଷଣ ଶିବିରକୁ ବୟକଟ କରିଛନ୍ତି ଉଭୟ ଦଳ ।

Leave a Reply

Your email address will not be published. Required fields are marked *