ପୁରୀ ଡେଲାଙ୍ଗର ନିଖୋଜ ନାବାଳକର ମିଳିଲା ମୃତଦେହ।ଡେଲାଙ୍ଗ ରତନପୁର ଗାଁର ଆଶୀର୍ବାଦ ସାହୁ ଗତ ୭ ଦିନ ଧରି ନିଖୋଜ ଥିଲେ। ଆଜି ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ହତ୍ୟା ସନ୍ଦେହରେ ବାପି ସାହୁଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ନିଆଯାଇଛି । ସୂଚନା ଯୋଗ୍ୟ; ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷ ବୟସ୍କ ପୁଅ ଆଶୀର୍ବାଦ ଖେଳୁଥିବା ସମୟରେ ଗାଁ ଦାଣ୍ଡରୁ ନିଖୋଜ ହୋଇଥିଲେ । ଏହାପରେ ପିଲାକୁ ନ ପାଇବାରୁ ଥାନାରେ ଅଭିଯୋଗ ପରେ ପୋଲିସ୍ ସନ୍ଧାନ ଚଳାଇଥିଲା । ସିସିଟିଭି ଫୁଟେଜ, ଡଗ ସ୍କ୍ୱାର୍ଡ ସହିତ ସ୍ୱତନ୍ତ୍ର ପୋଲିସ ଟିମ ଆଶୀର୍ବାଦଙ୍କ ସନ୍ଧାନରେ କରାଯାଇଥିଲା । Post navigation ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନ୍କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ ଗଞ୍ଜେଇ କାରବାର ମାମଲା: ଚାକିରିରୁ ନିଲମ୍ବିତ ହେଲେ ଆଉ ଜଣେ ଆଇଆର୍ବି ଯବାନ