ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଂଗୁଡା ଅଂଚଳର ଶନି ପଡିଆ ଠାରେ ଗତ ଶନିବାର ଦିନ ରାତି ପ୍ରାୟ 11ଟା ସମୟରେ ଯାତ୍ରା ପାଟି ରାଜାରାଣୀ ଅପେରା ର ଯାତ୍ରା ଆରମ୍ଭ ପୂର୍ବରୁ ପ୍ରବେଶ ଦ୍ୱାର ନିକଟରେ ଅସ୍ୱାଭାବିକ ଭାବରେ ଭିଡ ଜମିବାରୁ ଉକ୍ତ ଲୁହା ତୋରଣଟି ଭାଙ୍ଗିପଡିଥିଲା।

ଯାହାଫଳରେ ଅନେକ ଯାତ୍ରା ପ୍ରେମୀ ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଘରୋଇ ମେଡିକାଲ ସହ କିଛି ଲୋକଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏବଂ ଆଉକିଛି ଲୋକଙ୍କୁ କଟକ ବଡ ମେଡିକାଲ ମଧ୍ୟ ପଠାଯାଇଛି |

ସୂଚନା ଥାଉକି ମାଟି ଓଦା ଏବଂ ଅସ୍ୱାଭାବିକ ଭାବରେ ଭିଡଯୋଗୁ ତୋରଣଟି ଦବିଯିବାରୁ ଭାଂଗିପଡ଼ିଥିଲା |

ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରି ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ଅଟକ ରଖି ନିଜଆଡୁ ମାମଲା ରୁଜୁ କରିଛନ୍ତି ।୩୦ ଆହତଙ୍କ ମଧ୍ୟରୁ ୬ ଗୁରୁତର କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି।

Leave a Reply

Your email address will not be published. Required fields are marked *