ବିଜେପି ପାର୍ଟି ଅଫିସରେ ବିଜେପିରୁ ନିଲମ୍ୱିତ ହୋଇଥିବା ସୁନୀତି ମୁଣ୍ଡଙ୍କୁ ଦୁର୍ବ୍ୟବହାର । ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଆସିଥିବା ବେଳେ ସୁନୀତି ମୁଣ୍ଡଙ୍କୁ ଜୋରଦାର ବିରୋଧ କରିଥିଲେ ବିଜେପି ସଦସ୍ୟ । ଏହାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଘଉଡ଼ାଇ ରାସ୍ତାରେ ଆଣି ଛାଡ଼ିଥିଲେ ମହିଳା ବିଜେପି କର୍ମୀ ।

ଅନ୍ୟପଟେ ଏହି ଘଟଣା ପରେ ମାଧ୍ୟମରେ ସୁନୀତି ମୁଣ୍ଡ ପ୍ରତିକ୍ରିୟାରେ ଦେଇ କହିଛନ୍ତି ମୁଁ ସେମିତି କିଛି ଭୁଲ୍‌ କରିନାହିଁ । ମୁଁ ଦଳରେ ନାହିିଁ କିଏ କହିଲା । ଏଇଟା ମୋ ଘର । ମତେ ଘରକୁ ଆସିବାକୁ କେହି ଅଟକାଇ ପାରିବେ ନାହିଁ । ମୋ ବିରୋଧରେ କିଛି କୁଚକ୍ରୀ ଗୋଷ୍ଠୀ ଷଡ଼ଯନ୍ତ୍ର କରିଛନ୍ତି । କେନ୍ଦ୍ରୀୟ ବିଜେପି ଯେଉଁ ଢାଞ୍ଚାରେ କାମ କରୁଛି ସେହି ଢାଞ୍ଚାରେ ରାଜ୍ୟ ବିଜେପି କାମ କରୁଛି।

ସେ ଆଉ ମଧ୍ୟ କହିଛନ୍ତି ମତେ କରାଯାଇଥିବା ନିଲମ୍ବନର ସତ ଜାଣିବାକୁ ରାଜ୍ୟ ପ୍ରଭାରୀଙ୍କ ପାଖକୁ ଚିଠି ଲେଖିଥିଲି । ବନ୍ତ ଥାନାରେ ହୋଇଥିବା ମାମଲା ଯୋଗୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ସଂଗଠନ ସମ୍ପାଦକ ଜଣାଇଛନ୍ତି । ହେଲେ ଥାନାରେ ହୋଇଥିବା ମାମଲା ସମ୍ପୂର୍ଣ୍ଣ ମିଛ । ଅସତ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ସାଂସଦ ଓ ବିଧାୟକଙ୍କ ନାଁରେ ଅନେକ ଏତଲା ରହିଛି । ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ।

ସୂଚନା ମୁତାବକ; କିଛି ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମହନଗର ନିଗମ(ବିଏମ୍‌ସି) ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *