ରାଜଧାନୀ ଭୁବନେଶ୍ୱରରେ ଜଣେ ୧୧ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି କରଯାଇଛି। ଅଭିଯୋଗ ପାଇ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଦେଇଛି ।

ଅନ୍ୟପଟେ ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ସଦସ୍ୟା । ପୀଡିତା ଓ ପରିବାର ଲୋକଙ୍କୁ ଭେଟି କଲେ ବୟାନ ରେକର୍ଡ କରାଯାଇଛି । ପରିବାର ଲୋକ ଘରେ ନଥିବା ବେଳେ ଅଭିଯୁକ୍ତ କାଣ୍ଡ ଭିଆଇଥିବା ସୂଚନା । ପୋଲିସ ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଏହା ପରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ପୀଡ଼ିତାକୁ ଭେଟି କହିଛନ୍ତି ସରକାର ଏଥିପ୍ରତି ଯତ୍ନଶୀଳ ଏବଂ ସମ୍ବେଦନଶୀଳ ଅଛନ୍ତି । ଦୋଷୀ ଯିଏ ବି ଥାଉ ତାକୁ ଘଣ୍ଟ ଘୋଡ଼ା ଯିବ ନାହିଁ । ଆଇନରୁ ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ ।

ସୂଚନା ଯୋଗ୍ୟ; ଗଞ୍ଜାମ ଅଞ୍ଚଳର ନାବାଳିକା ଜଣକ ବାପା-ମା’ ସହ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ଗତକାଲି ବାପା ମାଆ ଘରେ ନ ଥିବାବେଳେ ନାବାଳିକାଟି ଘରେ ଏକୁଟିଆ ଥିଲେ । ଏହି ସମୟରେ ଘର ମାଲିକର ଝିଅଟି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଏକୁଟିଆ ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ । ବାପା ମାଆ ଘରକୁ ଫେରିବା ପରେ ତୁରନ୍ତ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ପୀଡ଼ିତା ଜଣକ ଏବେବି ଚିକିତ୍ସାଧୀନ ଅଛନ୍ତି । ଏହା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଥାନା ପୋଲିସ ମାମଲାକୁ ପରିଚାଳନା କରୁଥିବାବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *