ଗତ କିଛି ମାସ ହେବ ରାଜ୍ୟରେ ନାବାଳିକା ହେଉ କି ଯୁବତୀ ପୋଡି ମାମଲା ବଢିବାରେ ଲାଗିଛି । ଗୋଟିଏ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଉ ଗୋଟେ ଘଟଣା ସାମ୍ନାକୁ ଆସିଯାଇଛି । ପଟ୍ଟାମୁଣ୍ଡାଇରେ ଯୁବତୀଙ୍କୁ ଘରେ ଜଳିଯିବା ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଣି ସାମ୍ନାକୁ ଆସିଛି ନାବାଳିକା ଜଳିଯିବା ଘଟଣା । ବରଗଡ଼ ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁର ଥିବା ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛନ୍ତି । ନିଆଁ ଲଗାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଏହା ପରେ ଆମ୍ବୁଲାନ୍ସ ଜରିଆରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନାବାଳିକା ମାମୁଘର ଗାଁରେ ଜଳି ଯାଇଥିବା କୁହାଯାଉଛି । ତେବେ କେମିତି ନାବାଳିକା ଜଳିଗଲେ କାରଣ ଅସ୍ପଷ୍ଟ ରହିଛି । ତେବେ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । Post navigation କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍ ପ୍ରତିଯୋଗିତାରେ ଚମକିଲେ ଓଡ଼ିଶାର ଅନିମେଶ କୁଜୁର ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ବିଜେଡିର ରାଇଘର ବ୍ଲକ ବନ୍ଦ ଡାକରା