ରାଜ୍ୟରେ ଆଉ ଆଳୁର ଅଭାବ ଓ ଆଳୁ ଦରକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ ତିଆରି କରାଗଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କଲେ, ପୁଣି ରାଜି ହେଲେ ଆଳୁ ଦେବାକୁ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ । ରାଜ୍ୟରେ ବିଜେପି ସରକାର ଆସିବା ପରେ ମମତା ବାରମ୍ବାର ଏପରି କରୁଥିବା ଦେଖିବାକୁ ମିଳିଛି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମାର୍କେଟରେ କୌଣସି  ପରିମାଣ କମିଗଲେ, ସେତେବେଳେ ଦର ବଢ଼ିଯାଏ । ଏବେ ତ ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ରହିଛି । ଦର ବି ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ

ସୂଚନଯୋଗ୍ୟ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ରାଜ୍ୟକୁ ଆଳୁ ଦେବେ ନାହିଁ ବୋଲି ଘୋଷଣା କରିଥିଲେ । ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ସବୁ ଆଳୁ ଟ୍ରକକୁ ଅଟକାଇ ଦିଆଗଲା । ଫଳରେ ରାଜ୍ୟରେ ଆଳୁ ସଙ୍କଟ ଦେଖାଗଲା । ଓଡ଼ିଶା ସରକାର ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କଲେ । ଏହାପରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ସ୍ୱର ଉତ୍ତୋଳନ କରିଥିଲେ । ରପ୍ତାନୀ ନ ହେବାରୁ ଗୋଦାମରେ ଆଳୁ ଖରାପ ହେବାରେ ଲାଗିଲାଣି ବୋଲି ଅଭିଯୋଗ କରିଥିଲେ । ଏହା ପରେ ପୁଣି ଥରେ ମମତା ସରକାର ନିଜର ନିଷ୍ପତି ପରିବର୍ତ୍ତନ କରିଥିଲେ ଏବଂ ଓଡ଼ିଶାକୁ ଆଳୁ ଛାଡ଼ିଥିଲେ ।

Leave a Reply

Your email address will not be published. Required fields are marked *